banner
Breaking

୨୫ରୁ ବିଧାନସଭା ଅଧିବେଶନ

0

ଭୁବନେଶ୍ବର,୮।୩(ବ୍ୟୁରୋ): ବିଧାନସଭା ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ୭ ଦିନିଆ ବିଧାନସଭା ଅଧିବେଶନରେ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ତେବେ ୨୫ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବ। ମାର୍ଚ୍ଚ ୩୦ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଅଧିବେଶନ ଉପସ୍ଥାପନ ହେବ ବୋଲି ସୂଚନା ରହିଛି।
ସୂଚନାନୁଯାୟୀ, ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳ ଗଣେଶୀ ଲାଲ ବିଧାନସଭାରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ୨୬ରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବ । ୨୭ରେ ରବିବାର ପଡୁଥିବାରୁ ବିଧାନସଭା ବନ୍ଦ ରହିବ । ଏହାପରେ ପୁଣି ୨୮ ତାରିଖରେ ବିଧାନସଭା କାର୍ଯ୍ୟକାରୀ ହେବା ସହିତ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.