banner
Breaking

ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର

0

ଭୁବନେଶ୍ୱର,୨୫/୧(ବ୍ୟୁରୋ ): ରାଜ୍ୟ ପାଇଁ ଗର୍ବ ଓ ଗୌରବ ହାସଲ କରିଛନ୍ତି ସାହିତ୍ୟିକା ପ୍ରତିଭା ରାୟ ଏବଂ ପାରା ଆଥଲେଟ୍ ପ୍ରମୋଦ ଭଗତ । ଦୁଇ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିଥିବା ପ୍ରମୋଦଙ୍କୁ ପୂର୍ବରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରାଜ୍ୟରୁ ସମୁଦାୟ ୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ୫ ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି ।ମଙ୍ଗଳବାର ପ୍ରମୋଦଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତିି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାସଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ନୃସିଂହ ପ୍ରସାଦ ମିଶ୍ରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.