ଭୁବନେଶ୍ୱର,୧୦/୪(ଓଡ଼ିଆ ନ୍ୟୁଜ) ଓଡିଶା ପାଇଁ ଖୁସି ଖବର। ଚିକିତ୍ସା ବିଜ୍ଞାନରେ କରାମମତି ଦେଖାଇଲେ ଓଡିଆ ଡାକ୍ତର। ଆଜି ୧୦ ଜଣଙ୍କର କରୋନା ନେଗେଟିଭ ଆସିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ଜଣ ,ଭଦ୍ରକ-୨ ଓ ପୁରୀ,ଯାଜପୁର, କଟକରୁ ଜଣେ ଲେଖା। ପୁରୀ, ଯାଜପୁର ଓ କଟକରେ ଜଣେ ଜଣେ ଥିବାରୁ ଏହି ଜିଲ୍ଲା ଗୁଡିକ କରୋନା ମୁକ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର ମାନଙ୍କୁ ଧନ୍ୟବାଦ ଦିଆଯାଇଛି।




