banner
Breaking

ଘନ କୁହୁଡିରେ ଘୋଡେ଼ଇ ହେଲା ଓଡିଶା

0

ଭୁବନେଶ୍ୱର,୨୧/୧(ବ୍ୟୁରୋ): ଘନ କୁହୁଡିରେ ଘୋଡେ଼ଇ ହେଲା ଓଡ଼ିଶା । କୁହୁଡ଼ି ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ସହ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ ଦେଖାଦେଇଛି ଘନ କୁହୁଡ଼ି । ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନାହିଁ । ପୂର୍ବରୁ ରାଜ୍ୟରେ କୁହୁଡ଼ି ହେବା ନେଇ ସତର୍କ କରାଇଥିଲା ପାଣିପାଗ ବିଭାଗ । ୮ ଜିଲ୍ଲାକୁ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ଯାତାୟାତକୁ ନେଇ ସତର୍କ କରାଇଥିଲା । ଅନ୍ୟପଟେ ପୁଣି ଅଦିନିଆ ବର୍ଷାରେ ଭିଜିବି ଓଡ଼ିଶା  । ଆଜିଠୁ ୨୪ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ନେଇ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୨୫ ତାରିଖ ବେଳକୁ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Khansweb Solution Bhubaneswar

Leave A Reply

Your email address will not be published.