banner
Breaking

ସୁନୀଲ କୁମାର ବ°ଶଲ ହେବେ ନୂତନ ଡିଜିପି

0

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ସୁନୀଲ କୁମାର ବଂଶଲ ହେବେ ପୋଲିସ ମହାନିର୍ଦ୍ଦେଶକ। ବଂଶଲ ଡିଜିପି ହେବା ନେଇ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ। ଡିସେମ୍ବର ୩୧ ତାରିଖରେ ଡିଜିପିଙ୍କ ଅଭୟଙ୍କ କାର୍ଯ୍ୟକାଳ ସରୁଛି । ସୁନୀଲ ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍‌। ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍‌ପି ଥିଲେ। ବହୁ ଦିନ ପୂର୍ବରୁ ବଂଶଲ କେନ୍ଦ୍ରକୁ ଡେପୁଟେଶନରେ ଯାଇଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଏ ନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.