banner
Breaking

ଇ ଯାନ ଉପରେ ରେଜିଷ୍ଟ୍ରେସନ ଓ ଟିକସ ଛାଡ।

0

ଭୁବନେଶ୍ୱର,୩୦।୧୦(ବ୍ୟୁରୋ)-ପେଟ୍ରୋଲ ଓ ଡିଜେଲ ଲିଟର ୧୦୦ ଟଙ୍କା ଟପି ଥିବାରୁ ଗାଡି ଚଳାଇବା ଜନସାଧାରଣଙ୍କ ପକ୍ଷେ ଅସହ୍ୟ ହେଲାଣି। ଏଥିସହିତ ଯାନବାହନ ଜନିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଟେରୀ ଚାଳିତ ଇଲେକ୍ଟ୍ରୋନିକ ଯାନ(ଇ-ଭେହିକିଲ)କୁ ପ୍ରୋତ୍ସାହନ ଦେଇଛନ୍ତି। ଇ-ଭେହିକଲ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ମୋଟର ଯାନ ଟିକସ ଏବଂ ରେଜିଷ୍ଟ୍ରେଶନ ଫି ସମ୍ପୂଣ୍ଣ ଛାଡ କରିଛନ୍ତି। ଓଡ଼ିଶା ମୋଟର ଯାନ ଟିକସ ଆଇନ- ୧୯୭୫ର ଧାରା ୧୫ର ସବସେକ୍ସନ (୧) ଅନୁଯାୟୀ ଏହି ଟିକସ ଛାଡ କରାଯାଇଛି। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁମାନେ ବ୍ୟାଟେରୀ ଚାଳିତ ଯାନ କିଣିବେ ସେମାନଙ୍କୁ ଟିକସ ଦେବାକୁ ପଡିବ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.