banner
Breaking

ପାଞ୍ଚ ହଜାର ୨-ଡିଜି ପାଇଁ ଅର୍ଡର ଦେଲେ ଓଡିଶା ସରକାର।

0

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ପୁଡ଼ିଆ ଟୁ-ଡିଜି ମେଡିଶିନ ପାଇଁ ଅର୍ଡର ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଓ ଅନ୍ୟତମ ସର୍ବବୃହତ ଫାର୍ମା କମ୍ପାନୀ ଡକ୍ଟର ରେଡିସ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

ଗୋଟିଏ ପୁଡ଼ିଆ ‘ଟୁ-ଡିଜି’ର ଦାମ ୯୯୦ ଟଙ୍କା ରହିଛି। ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (DCGI) ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.