banner
Breaking

କାହିଁକି ଓଡିଶା ମାଗିଲା ନାହିଁ ଆର୍ଥିକ ସହାୟତା, ସ୍ପଷ୍ଟ କଲେ ନବୀନ।

0

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନ ଥିଲା। ଏବେ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଜଣାଇଛନ୍ତିି।

ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ। ଏଭଳି ସମୟରେ କେନ୍ଦ୍ର ଉପରେ ଆମେ ଆର୍ଥିକ ବୋଝ ଲଦିବାକୁ ଚାହୁଁନାହୁଁ। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହାକୁ ଆମେ ଆମ ସମ୍ବଳରେ ପରିଚାଳନା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ହେତୁ ଏହାର ଦୀର୍ଘସୂତ୍ରୀ ସମାଧାନ ଯେପରିକି ବିପର୍ଯ୍ୟୟକୁ ସମ୍ଭାଳିପାରୁଥିବା ଭଳି ବିଦ୍ୟୁତ ବ୍ୟବସ୍ଥା ସହ ଉପକୂଳକୁ ସୁରକ୍ଷା ଯୋଗାଇ ପାରୁଥିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.