banner
Breaking

ପାଣ୍ଡିଆନଙ୍କୁ ମିଳିଲା ହକି ପ୍ରେସିଡେଣ୍ଟ ଆଓ୍ବାର୍ଡ।

0

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡିଶା ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି. କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ବାର୍ଡ ମିଳିଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପକ୍ଷରୁ ଶନିବାର ଏହି ପୁରସ୍କାର ପ୍ରଦାନ କରାଯାଇଛି। ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ତାଙ୍କୁ ଏହି ପୁରସ୍କାର ମିଳିଛି। ଭିଡିଓ କନଫରେନ୍ସ ଜରିଆରେ ଏଫଆଇଏଚ୍‌ର ୪୭ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍‌ କରି ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.