banner
Breaking

ଓଡିଶାରେ ଏମସିଏଲକୁ ହସ୍ପିଟାଲ ପାଇଁ ଅନୁମତି ଦେଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର।

0

ଭୁବନେଶ୍ୱର,୧୪।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟରେ ମେଡିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ ଜୋଷୀଙ୍କୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ୫୫୦ଟି ବେଡ୍‌ ସହ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌଼, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଜୋଷୀ ଏହି ଚିଠିର ପ୍ରତ୍ୟୁତ୍ତରରେ ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି। ଏହି ସଙ୍କଟ ସମୟରେ ଓଡ଼ିଶାରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଜୋଷୀଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌, ଆଇସିୟୁ ଏବଂ ଭେଣ୍ଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲାର ଏମ୍‌ସିଏଲ୍‌ର ବସୁନ୍ଧରା ଏବଂ ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଅଞ୍ଚଳରେ ଥିବା କୋଭିଡ୍‌ ହସ୍ପିଟାଲରେ ୫୦ଟି ଲେଖାଏ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ ସହ ଆଇସିୟୁ ଏବଂ ଭେଣ୍ଟିିଲେଟର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଅନୁରୂପ ଭାବେ ଝାରସୁଗୁଡ଼ା ଜିଲା ଲଖନପୁର ଏବଂ ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର କୋଭିଡ୍‌ ହସ୍ପିଟାଲଠାରେ ୧୫୦ ଲେଖାଏ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌, ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଧର୍ମେନ୍ଦ୍ରଙ୍କ ଅନୁରୋଧ ପରେ ଏବେ ଝାରସୁଗୁଡା ଜିଲାର ଲଖନପୁର ହସ୍ପିଟାଲରେ ଏମ୍‌ସିଏଲ୍‌ ଦ୍ୱାରା ୨୦ଟି ଆଇସିୟୁ ସମେତ ୧୨୦ଟି ବେଡ୍‌ ବ୍ୟବସ୍ଥା କରାଯାଉଛି। ସେହିପରି ପୂର୍ବରୁ ତାଳଚେର ଏମ୍‌ସିଏଲ୍‌ ହସ୍ପିଟାଲରେ ୧୨୦ଟି ବେଡ୍‌ ସହ ଭେଣ୍ଟିଲେଟର ଓ ଆଇସିୟୁର ବ୍ୟବସ୍ଥା ହୋଇସାରିଛି।

Khansweb Solution Bhubaneswar

Leave A Reply

Your email address will not be published.