banner
Breaking

୧୨ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି।

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୧୨ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରାଯାଇଥିବାବେଳେ ୩ଜଣଙ୍କୁ ପଦୋନ୍ନତି ଦିିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସଙ୍କୁ ଉକ୍ତ ଜିଲାର ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମର ସାଧାରଣ ପରିଚାଳକ (ଆରଆଇସି), ଇନ୍ଦ୍ରମଣି ନାୟକଙ୍କୁ ଭଦ୍ରକ ପ୍ରକଳ୍ପ ନିର୍ଦେଶକ, ଅନାମ ଚରଣ ପାତ୍ରଙ୍କୁ ଗଜପତି ପ୍ରକଳ୍ପ ନିର୍ଦେଶକ, ସମ୍ବିତ କୁମାର ନାୟକଙ୍କୁ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ, ଦୁର୍ଗାପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତି ଅତିରିକ୍ତ ଜିଲାପାଳ, ମୈତ୍ରୀୟ ଭଟ୍ଟାଚାର୍ୟ୍ୟଙ୍କୁ କଟକ ଅତିରିକ୍ତ ଜିଲାପାଳ, ରଜନୀକାନ୍ତ ସ୍ବାଇଁଙ୍କୁ ଅନୁଗୋଳ ପ୍ରକଳ୍ପ ନିର୍ଦେଶକ, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁର ଉପଜିଲାପାଳ, ଧର୍ମାନନ୍ଦ ବେହେରାଙ୍କୁ ରାୟଗଡ଼ା ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି।

ଅନ୍ୟ ଏକ ନିର୍ଦେଶନାମାରେ ଗଞ୍ଜାମ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଓଡ଼ିଶା ଗୃହ ନିର୍ମାଣ ପରିଷଦ ଭୂ-ଅଧିକାରୀ ଆରାଧନା ଦାସ ଏବଂ ଗୃହ ବିଭାଗ ଯୁଗ୍ମ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ ଓଡ଼ିଶା ପ୍ରଶାସନିକ ସେବାର ଉପରିସ୍ଥ ପ୍ରଶାସନିକ ପାହ୍ୟାକୁ ପଦୋନ୍ନତି ଦିଆଯାଇ ଉକ୍ତ ସ୍ଥାନରେ ଅବସ୍ଥାପିତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.