banner
Breaking

ଓଡ଼ିଆ ଝିଅଙ୍କ କମାଲ।

0

ଭୁବନେଶ୍ୱର,୨।୪ (ବ୍ୟୁରୋ): ଜାତୀୟ ସ୍ତରରେ ଆଉଜଣେ ଓଡ଼ିଆ ଝିଅ ନିଜର ପ୍ରତିଭା ଦେଖାଇଛନ୍ତି। ‘ଇଣ୍ଡିଆ ନେକ୍ସଟ ଟପ୍‌ ମଡେଲ’ ପ୍ରତିଯୋଗିତାରେ ଭୁବନେଶ୍ୱରର ଝିଅ ସୋନାଲୀ ସାହୁ ଦ୍ୱିତୀୟ ରନର୍ସ ଅପ୍‌ ଟାଇଟଲ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ବିଭିନ୍ନ ରାଜ୍ୟରୁ ଆସିଥିବା ୩୫ଜଣ ମଡେଲଙ୍କୁ ପଛରେ ପକାଇ ସେ ଏହି ସ୍ଥାନରେ ପହଞ୍ଚତ୍ଛନ୍ତି। ଗତ ଜାନୁୟାରୀ ୩୧ରେ ଓଡ଼ିଶା ଫ୍ୟାଶନ ଭିଲ୍ଲା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମଡ଼େଲ ପ୍ରତିଯୋଗିତା ମିସ୍‌ ଓଡ଼ିଶା ୟୁନିଭର୍ସ ଇଣ୍ଡିଆରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରି ଏହି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ପାଇଥିଲେ।
ଯୁବତୀ, ଯୁବକ ଓ ବିବାହିତ ମହିଳାଙ୍କୁ ମଡେଲିଂ କ୍ଷେତ୍ରରେ ପରିଚିତ କରାଇବା ପାଇଁ ଫ୍ୟାଶନ ଭିଲ୍ଲା ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଥିବା ଅନୁଷ୍ଠାନର ନିର୍ଦ୍ଦେଶକ ଅଭିଜିତ୍‌ ମହାନ୍ତି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.