banner
Breaking

ଓଡ଼ିଶା ଛାଡିଲା ମୌସୁମୀ। ଆଗକୁ ବଢିବ ଶୀତ।

0

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଓଡ଼ିଶା ସହ ସାରା ଦେଶରୁ ବିଦାୟ ନେଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦିନ ପୂର୍ବେ ମୌସୁମୀ ୮ଟି ଜିଲାରୁ ସମ୍ପୂର୍ଣ୍ଣ ଏବଂ ଆଉ ୮ଟି ଜିଲାରୁ ଆଶିଂକ ପଳାଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ପାଗ ଶୁଖିଲା ଓ ଅନୁକୂଳ ଥିବାରୁ ଲେଉଟାଣି ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମୌସୁମୀ ବାୟୁ ଅପସରି ଯାଇଥିବା ବେଳେ ବୁଧବାର ଅବଶିଷ୍ଟ ଓ ଦେଶରୁ ମୌସୁମୀ ଛାଡିଛି। ଚଳିତବର୍ଷ ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଓ ୯୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ଓ ୧୩୦୨.୯ ମିଲିମିଟର ବର୍ଷା ହୋଇଛି। ୧୮ ଜିଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫ ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ୭ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ବିଦାୟ ନେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଗକୁ ଧୀରେ ଧୀରେ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.