ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ): କୋଭିଡ଼୍ କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହୋଇଛି ବିଶ୍ୱକର୍ମା ପୂଜା। ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଦୋକାନ ମାନଙ୍କରେ ଏହି ପୂଜା ଆଜି ପାଳିତ ହୋଇଯାଇଛି। ତେବେ ରାଜ୍ୟର କୌଣସି ସ୍ଥାନରେ ମଧ୍ୟ ବାହାରେ ପୂଜାର୍ଚ୍ଚନା କରାନଯାଇ ନିଜ ନିଜ କାର୍ଯ୍ୟାଳୟ ଗୃହ ମଧ୍ୟରେ ପୂଜା କରାଯାଇ ଥିବାର ନଜର ଆସିଛି। ଭୁବନେଶ୍ୱରର ଶିପ୍ପାଞ୍ଚଳରେ ମଧ୍ୟ ବିନା ସାଉଣ୍ଡ, ବିନା ଆଡମ୍ବରରେ ପୂଜା ସ°ପୂର୍ଣ୍ଣ ହୋଇଛି। ଅଧିକାଂଶ ସ୍ଥାନରେ ଆଜି ବିଷର୍ଜନ କରି ଦିଆଯାଇଛି। କୋଭିଡ ପାଇଁ ସମସ୍ତେ ସଚେତନ ଅଛନ୍ତି ବୋଲି ପ୍ରମାଣିତ ହୋଇଛି।




