banner
Breaking

ୟୁପିଏସସି ପରୀକ୍ଷାରେ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ।

0

ନୂଆଦିଲ୍ଲୀ,୪/୮(ବ୍ୟୁରୋ): ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି। ପରୀକ୍ଷା ଫଳ ୟୁପିଏସ୍‌ସି ଓ୍ବେସାଇଟ୍‌ରେ ପ୍ରକାଶ ପାଇଛି। ପରୀକ୍ଷାର୍ଥୀ ନିଜ ରୋଲ୍‌ ନମ୍ବର ସହାୟତାରେ ଫଳ ଜାଣି ପାରିବେ। ଏହାର ସାକ୍ଷାତ୍‌କାର ପରୀକ୍ଷା ଜୁଲାଇ ୨୦ରୁ ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣ ଯୋଗୁ ପୂର୍ବରୁ ସାକ୍ଷାତ୍‌କାର ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ରଖିଥିବା ନମ୍ବର ଅନୁସାରେ ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ଏସ୍‌ ଆଦିର ତାଲିକା ପ୍ରକାଶ ପାଇଛି। ତାଲିକାର ତାଲିକାର ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ ଶରାଫ୍‌ଙ୍କ ନାମ ରହିଛି। ସେହିପରି ୧୦ ସ୍ଥାନରେ ସଞ୍ଜିତା ମହାପାତ୍ରଙ୍କ ନାମ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.