banner
Breaking

ଓଡିଶାରେ କରୋନା ଆରୋଗ୍ୟଙ୍କ ସ°ଖ୍ୟା ବହୁ ଅଧିକ। ବ୍ୟସ୍ତ ହୁଅନ୍ତୁ ନାହିଁ, ନିୟମ ମାନନ୍ତୁ। ଅତିରିକ୍ତ ଶାସନ ସଚିବ

0

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଧିରେ ଧିରେ କେସ୍‌ ବଢ଼ୁଥିଲେ ବି ଏଥିଲାଗି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। କରୋନାକୁ ଗୋଡ଼େଇ ଗୋଡ଼େଇ ଧରାଯାଉଛି, ଟ୍ରେସ୍‌ କରାଯାଉଛି। ଗୋଟିଏ ବି କେସ୍‌ ଯେପରି ରହି ନ ଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେସିଂ ବଢ଼ୁଥିବାରୁ କେସ୍‌ ବଢ଼ୁଛି, ଏଣୁ ଲୋକମାନେ ଚିନ୍ତା କରନ୍ତୁ ନାହିଁ। ସବୁ ଲକ୍ଷଣଯୁକ୍ତ କେସ୍‌ ଧରିପାରିଲେ, ନିଶ୍ଚିତ ଭାବେ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ଓଡ଼ିଶାର ଆରୋଗ୍ୟ ହାର ୬୫% ଥିବା ବେଳେ ମୃତ୍ୟୁ ହାର ୦.୫୪% ରହିଛି। ଆରୋଗ୍ୟ ହାରରେ ଆମେ ଅଧିକ ରହିଥିବା ବେଳେ ମୃତ୍ୟୁହାରରେ କମ୍‌ ରହିଛୁ। ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରାଯାଇଛି। ଏଣୁ କାହାରିଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ ଟେଷ୍ଟିଂ କରାଯାଉଛି। ୧୦ ଦିନ ମଧ୍ୟରେ ଆଉ ୬ଟି ସ୍ଥାନରେ ହେବ। ଆଜି ଦିନରେ ୧୧ହଜାର ଟେଷ୍ଟ ହେଉଛି, ଆଗକୁ ଆହୁରି ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ ବେଡ୍‌ ରହିଛି। ଅଗଷ୍ଟ ୩୧ ମଧ୍ୟରେ କେତେ କେସ୍‌ ହେବ, ଏବେଠୁ ବେଡ ବଢ଼ାଇଛୁବୋଲି ସେ କହିଛନ୍ତି।

ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୁଅନ୍ତୁ। ୧୦ ଦିନରେ ଭଲ ହୋଇଯିବେ। ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହେଲେ ମେଡିକାଲରୁ ବୋଝ କମିବ ବୋଲି କହିବା ସହିତ ରାଜ୍ୟବାସୀଙ୍କୁ ୪ଟି ଅପିଲ କରିଛନ୍ତି।
୧-ପ୍ରଥମଟି ହେଲା ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ଲକ୍ଷଣ ଲୁଚାନ୍ତୁନାହିଁ।
୨-ଦ୍ୱିତୀୟଟି ହେଲା କରୋନା ଟେଷ୍ଟ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏଣୁ ସାମାନ୍ୟ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ଆସନ୍ତୁ।
୩-ତୃତୀୟଟି ହେଲା କରୋନାରୁ ଆରୋଗ୍ୟ ଲାଭ କଲେ ପ୍ଲାଜମା ଦାନ କରନ୍ତୁ।
୪- ଚତୁର୍ଥଟି ହେଲା କମ୍ୟୁନିଟିମାନେ କୋଭିଡ କେୟାର ହୋମ୍‌ କରନ୍ତୁ ବୋଲି ସଚିବ ଅପିଲ କରିଛନ୍ତି। ଏହାଛଡ଼ା ଠିକ୍‌ ଭାବେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତାକୁ ମାନନ୍ତୁ। ବାହାରେ ଛେପ ପକାନ୍ତୁନାହିଁ। ବାରମ୍ବାର ହାତ ଧୁଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.