banner
Breaking

ମାଓପ୍ରବଣ ତାଲିକାରୁ ୫ଟି ଜିଲ୍ଲା ବାଦ ପଡିଲା।

0

ଭୁବନେଶ୍ବର,୧୦/୭(ବ୍ୟୁରୋ) : ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ ପ୍ରତ୍ୟାହୃତ ହୋଇଛି।
ଏନେଇ ପୁଲିସ ଡ଼ିଜି ଅଭୟ ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତବର୍ଷ ୧୩ ଜଣ ମାଓବାତୀ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ବଢ଼ୁଛି । ମାଓ ପ୍ରଭାବ ହ୍ରାସ ପାଇଥିବାରୁ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ନୟାଗଡ଼ ଓ ଦେବଗଡ଼କୁ ମାଓପ୍ରବଣ ଜିଲା ତାଲିକାରୁ ବାଦ ଦିଆଯାଇଛି ।  ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ନକ୍ସଲ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ ଦିଆଯାଇଥିଲା ବୋଲି ଅଭୟ କହିଛନ୍ତି ।

ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦ ବୃଦ୍ଧି ପାଉଥିବା ସମୟରେ ୨୦୧୨ ମସିହାରେ ସମ୍ବଲପୁର ସମେତ ରାଜ୍ୟର ୧୯ଟି ଜିଲାକୁ ଏସଆରଇ ସ୍କିମ ଅନ୍ତର୍ଭୁକ୍ତ କରାଯାଇଥିଲା। ସୁପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥାର ପ୍ରଭାବ କାରଣରୁ ଗତ କିଛି ବର୍ଷରେ ଉପରୋକ୍ତ ଜିଲା ମାନଙ୍କରେ ବାମପନ୍ଥୀ ଉଗ୍ରବାଦ ଲୋପ ପାଇଥିବାରୁ ଏହି ଜିଲା ମାନଙ୍କ ଉପରୁ ସ୍କିମ ପ୍ରତ୍ୟାହୃତ ହୋଇଥିବା ଓଡ଼ିଶା ପୁଲିସ ପକ୍ଷରୁ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି ଏସଆରଇ ସ୍କିମ୍‌ରେ ସମ୍ପୃକ୍ତ ଜିଲାର ମାଓବାଦୀ ଉପଦ୍ରୁତ ଅଂଚଳରେ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସୁରକ୍ଷା ସମ୍ବନ୍ଧିତ ଭିତ୍ତିଭୂମିର ବିକାଶ କରାଯାଇଥିଲା। ୨୦୧୮ ମସିହା ଏପ୍ରିଲ ମାସରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ଏସ୍‌ଆରଇ ସ୍କିମ ପ୍ରତ୍ୟାହାର କରାଯାଇଥିଲା।  ଏବେ ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ଏସଆରଇ ସ୍କିମ ପ୍ରତ୍ୟାହୃତ ହୋଇଛି। ଏହାସହିତ ଗତ ୨ ବର୍ଷ ମଧ୍ୟରେ ସ୍ଥିତି ଆକଳନ କରି ୧୧ଟି ଜିଲାକୁ ମାଓ କାର୍ଯ୍ୟକଳାପ ମୁକ୍ତ ଘୋଷଣା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.