banner
Breaking

କିନ୍ନର ମାନଙ୍କ ପାଇଁ ଲାଗୁହେବ ପେନସନ ଯୋଜନା।

0

ଭୁବନେଶ୍ୱର,୪।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଗୁରୁବାର କହିଛନ୍ତି। ଯୋଜନାରେ ରାଜ୍ୟର ପ୍ରାୟ ୬ହଜାର କିନ୍ନର ଉପକୃତ ହେବେ।

ପ୍ରକାଶ ଯେ, ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀଙ୍କୁ ଆଉ ୧ହଜାର ଲେଖାଏ ମିଳିବ। ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି। ଟଙ୍କା ଆସିସାରିଛି, ଖୁବ୍‌ଶୀଘ୍ର ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ହିତାଧିକାରୀଙ୍କୁ ୪ ମାସ ପାଇଁ ୧ ହଜାର ଲେଖାଏ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.