banner
Breaking

ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି।

0

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ କରିବା ଲାଗି ବୈଷୟିକ କମିଟି ଗଠନ ହେବ। ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ରାଜ୍ୟର ପ୍ରମୁଖ ୪ଟି ହସ୍ପିଟାଲରେ ଏହା ଆରମ୍ଭ କରାଯିବ। ବିଶେଷକରି କଟକ ଏସ୍‌ସିବି, ଅଶ୍ୱିନୀ, ଭୁବନେଶ୍ୱରର ସମ୍‌ ଏବଂ କିମ୍ସ ହସ୍ପିଟାଲରେ ଏହା ଆରମ୍ଭ ହେବ। ତେବେ ପ୍ଲାଜମା ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.