banner
Breaking

ଓଡିଶାରେ ପହଞ୍ଚିଲା ମରଶରୀର। ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୧୮।୬(ଓଡ଼ିଆ ନ୍ୟୁଜ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଚାଇନା ସେନାର ଆକ୍ରମଣରେ ଶହୀଦ ହୋଇଥିବା ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କ ମର ଶରୀର ଭୁବନେଶ୍ୱର ବିଜୁପଟ୍ଟାନୟ ବିମାନବନ୍ଦରରେ ପହଞ୍ଚିଥଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ ରାଜ୍ୟପାଳ ଗଣେଶିଲାଲ, କନ୍ଧମାଲ ଏମ୍‌ପି ଅଚ୍ୟୁତ ସାମନ୍ତ,ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ୟ ରାଜନେତା ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୨ ଶହୀଦଙ୍କୁ ଗାର୍ଡ ଅଫ୍‌ ଅନରରେ ସମ୍ମାନିତ କରାଯାଇଛି। ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ବହୁ ମାନ୍ୟମଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.