banner
Breaking

ଏଥର ହେବନାହିଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।

0

ଭୁବନେଶ୍ୱର,୧୮।୬(ଓଡ଼ିଆ ନ୍ୟୁଜ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି।
ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ୍‌ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ବାର୍ଥ ପାଇଁ ରଥଯାତ୍ରା ବନ୍ଦ ରହିବ। ଏପରିକି ଓଡ଼ିଶାର କେଉଁ ସ୍ଥାନରେ ମଧ୍ୟ ରଥଯାତ୍ରା ହୋଇପାରିବନାହିଁ। ରଥ ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି କୋର୍ଟ କହିଛନ୍ତି।

ପ୍ରକାଶ ଯୋଗ୍ୟ, ଜୁନ୍‌ ୨୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହୋଇଥାନ୍ତା। ହେଲେ କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଆୟୋଜନ ନ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଥିଲା। ଲୋକଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରିବା ଲାଗି ପରିଷଦ ପକ୍ଷରୁ କୁହାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.