banner
Breaking

ସାରା ଦେଶର ମଡେଲ ପାଲଟିଛି ଓଡିଶା।

0

ଭୁବନେଶ୍ୱର, ୧୫।୬(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା ମାତ୍ର ୦.୦୩ ପ୍ରତିଶତ ରହିଛି। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ ଆରୋଗ୍ୟ ହାର ୫୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୬୭ ପ୍ରତିଶତ ରହିଛି। ଏବେ ଓଡ଼ିଶା ସାରା ଦେଶରେ ମଡେଲ ସାଜିଥିବା ସୋମବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିିଳନିରେ ଜାତୀୟ ସ୍ବାସ୍ଥ୍ୟ ମିଶାନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଓଡ଼ିଶାରେ କରୋନା ସାମ୍ପଲ ଟେଷ୍ଟ ୨ ଲକ୍ଷ ଟପିଛି। ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ଆମକୁ ୨ ମାସ ସମୟ ଲାଗିଥିଲା। ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟ କରାଯାଉଛି। ରାଜ୍ୟର ୧୦ ଜିଲାର ୧୭ଟି ଲ୍ୟାବ୍‌ରେ କରୋନା ଟେଷ୍ଟ ହେଉଛି। ଲକ୍ଷଣଯୁକ୍ତ ଓ କଣ୍ଟାକ୍ଟରେ ଥିବା ଲୋକଙ୍କର ନିଶ୍ଚିତ ଟେଷ୍ଟ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ପୂର୍ବରୁ ଲକ୍ଷଣ ନ ଥିବା ଲୋକଙ୍କର ବି ସାମ୍ପଲ ଟେଷ୍ଟ କରାଯାଉଥିଲା। ଲକ୍ଷଣ ନ ଥିବା ୨ଶହ ଲୋକଙ୍କ ସାମ୍ପଲ ଟେଷ୍ଟରୁ ଜଣେ ପଜିଟିଭ ମିଳୁଥିଲେ। ଏବେ ଲକ୍ଷଣ ଥିବା ଲୋକଙ୍କ ୨୦ଟି ସାମ୍ପଲରୁ ଜଣେ ପଜିଟିଭ ମିଳୁଛନ୍ତି। ଲକ୍ଷଣଥିବା ଲୋକଙ୍କ ସାମ୍ପଲ ଯୋଗୁ ଅଧିକରୁ ଅଧିକ କେସ୍‌ ମିଳୁଛି। ତେବେ ଆଗାମୀ ୪ରୁ ୬ ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଅଧିକରୁ ଅଧିକ ପଜିଟିଭ କେସ୍‌ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ତେବେ ଜୁନ୍‌ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦି ଏବଂ ଏଏନ୍‌ଏମ୍‌ କର୍ମୀ ସର୍ଭେ କରିବେ । ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ସେମାନେ ଯିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ତାହା ଯାଞ୍ଚ କରିବେ। କାହାରିଠାରେ ଲକ୍ଷଣ ଦେଖାଦେଲେ ସେମାନେ ଟେଷ୍ଟ ପାଇଁ ସୁପାରିଶ କରିବେ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.