banner
Breaking

ଅମାନିଆଙ୍କ ପାଇଁ ବଢିପାରେ ସଟଡାଉନ ଅବଧି।

0

ଭୁବନେଶ୍ୱର : କରୋନାର ଲୁଚକାଳି ଖେଳରେ ଜନଜୀବନ ଅସ୍ତବ୍ୟସ୍ତ। ଅନଲକ୍-୧ରେ ସବୁ ଖୋଲାମେଲା ଥିଲାବେଳେ ପ୍ରବାସୀ ଫେରନ୍ତା ପାଇଁ ରାଜ୍ୟରେ ହୁହୁ ମାଡିଚାଲିଛି କରୋନା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ବି କଟକଣାକୁ ଖାତିର କରୁନାହାନ୍ତି ଜନତା । ସଟଡାଉନରେ ବି ମନଇଛା ଚଲାବୁଲା କରିବା ସହ ଲୁଚିଛପି ଦୋକାନ ବଜାର ଖୋଲୁଥିବା ଦେଖିବାକୁ ମିଳୁଛି । ପୋଲିସ ଯେତେ ସତର୍କ ହେଲେ ବି ତାଙ୍କଠାରୁ ଦୁଇ ପାଦ ଆଗରେ ରହୁଛନ୍ତି ଲୋକେ । ଆଗକୁ କରୋନା ସଂକ୍ରମଣ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲେ ବି ଲୋକମାନେ ଏହାକୁ ଫୁ କରି ଉଡାଇଦେଉଛନ୍ତି । ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଉଥିଲେ ମଧ୍ୟ ଦୋକାନ ବଜାରରେ ଖୋଲାଖୋଲି ଉଲଘଂନ କରୁଛନ୍ତି ଲୋକେ। ଏଥିସହିତ ଅମାନିଆ ବିନା ମାସ୍କରେ ଘିରିଘିରି ବୁଲୁଛନ୍ତି।

ଓଡିଶାରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏନେଇ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସପ୍ତାହରେ୨ ଦିନ ସଟ୍-ଡାଉନ୍ ଲାଗୁ କରିଛନ୍ତି । କିନ୍ତୁ ଗାଁ, ଗଣ୍ଡା ଓ ସହରର ଲୋକେ ପୋଲିସ ଆଖରେ ଧୂଳି ଦେଇ ସଡ-ଡାଉନ୍ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ସଟ୍-ଡାଉନ୍ ଅବଧି ବଢାଇବାକୁ ଯୋଜାନା ଚାଲିଛି । ସପ୍ତାହକୁ ୨ ଦିନ ବଦଳରେ ୪-୫ ଦିନ ସଟ୍-ଡାଉନ୍ ଲାଗୁ ହୋଇପାରେ ବୋଲି ସମ୍ଭାବନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.