ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ମେ ୩୧ ରେ ଲକଡାଉନ ସରିବା ପରେ ଜୁନ ୧ରୁ ଅନଲକ-୧ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏଥିରେ ରାଜ୍ୟ ଗୁଡିକ ପରିସ୍ଥିତି ଅନୁଧ୍ୟାନ କରି ନିୟମ କାନୁନ ଜାରି କରିପାରିବେ ବୋଲି ନିର୍ଦ୍ଦେଶ ଥିଲା।ତେବେ ଓଡିଶାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲା।ଏହି ଅନଲକ୍-୧ ନିୟମାବଳୀରେ ସାମାନ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର।
ଆଜି ଏସ୍ଆରସିଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କୁହାଯାଇଥିଲା। ହେଲେ ପରୀକ୍ଷା ଆୟୋଜନ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।
ସେହିପରି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ହେବାକୁ ଥିବା ସଟଡାଉନ ବେଳେ କୃଷି, ଉଦ୍ୟାନକୃଷି, ପଶୁପାଳନ, ମତ୍ସ୍ୟ ଚାଷ ସଂପର୍କିତ କାର୍ଯ୍ୟକଳାପକୁ କଟକଣାମୁକ୍ତ କରାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହା ନ ଥିଲା। ସେପଟେ ସଟଡାଉନ୍ ବେଳେ କମିଶନରେଟ୍ କିମ୍ବା ଜିଲ୍ଲା ପୋଲିସ ଦ୍ୱାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମକୁ ମଧ୍ୟ କଟକଣାମୁକ୍ତ କରାଯାଇଛି। ସଟଡାଉନ୍ ବେଳେ ଛାପା ଗଣମାଧ୍ୟମ ଅଫିସ ମଧ୍ୟ କାର୍ଯ୍ୟ କରିପାରିବ।
ସେହିପରି ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ନୂଆ ଆଦେଶରେ କୁହାଯାଇଛି। ଗତକାଲିର ନିର୍ଦ୍ଦେଶନାମାରେ ଏହି କଟକଣା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିଲା।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ