banner
Breaking

ଓ୍ବାନ ନେସନ ଓ୍ବାନ ରାଶନରେ ଓଡିଶା ସାମିଲ।

0

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍‌-ପିଡିଏସ୍‌)ସ୍କିମ୍‌ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ଘୋଷଣା କରିଛନ୍ତି। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ଥିବା ହିତାଧିକାରୀ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ଯୋଜନାରେ ନିଜର ଖାଦ୍ୟ ସାମଗ୍ରୀ ଦେଶର ଯେକୌଣସି ସ୍ଥାନରୁ ନେଇ ପାରିବେ। ହିତାଧିକାରୀଙ୍କର ଆଧାର କାର୍ଡକୁ ଲିଙ୍କ କରିବା ପରେ ଇ-ପିଓଏସ୍‌ ଜରିଆରେ ନିଜର ଖାଦ୍ୟସାମଗ୍ରୀ ନେଇ ପାରିବେ। ଏହି ସୁବିଧା ବର୍ତ୍ତମାନ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଉପଲବ୍ଧ ହୋଇପାରିବ।
ରାଜ୍ୟ ସରକାର ୨୦୧୯ ସେପ୍ଟେମ୍ବରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ପରୀକ୍ଷାମୂଳକ ଭାବେ ରାଜ୍ୟ ଭିତରେ ପୋର୍ଟେବିଲିଟି ଆରମ୍ଭ କରିଥିଲେ। ସହରରେ ଥିବା ୨ ଲକ୍ଷ ରାଶନ କାର୍ଡକୁ ଆଧାର ସଂଯୋଗ କରାଯାଇଥିଲା। ବିଏମ୍‌ସି ଅଞ୍ଚଳରେ ଥିବା ୧୧୭ଟି ସାଧାରଣ ବଣ୍ଟନ କେନ୍ଦ୍ର (ପିଡିଏସ୍‌)ଗୁଡିକୁ ଅନ୍‌ଲାଇନ କରାଯାଇ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା। ଏହା ସଫଳ ହୋଇଛି। ବିଏମ୍‌ସିର ରାଶନକାର୍ଡ ତାଲିକାକୁ ସିକିମ ସହ ଲିଙ୍କ୍‌ କରାଯାଇ ପରୀକ୍ଷା କରାଯାଇଛି। ଏହା ସଫଳ ହୋଇଛି। ବିଏମ୍‌ସି ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ରାଶନ ନେଇପାରିବେ। ଆଗାମୀ ଦିନରେ ଆଉ ଦୁଇ ତିନି ଥର ଏଭଳି ପରୀକ୍ଷା କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଏମ୍‌ସିରେ ଅନ୍‌ଲାଇନ ଖାଦ୍ୟଶସ୍ୟ ବଣ୍ଟନ ସଫଳ ହେବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧୩ଟି ସହରାଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ସହରାଞ୍ଚଳଗୁଡ଼ିକର ଡାଟା ସଂଯୋଗ ହେବା ପରେ ଗ୍ରାମାଞ୍ଚଳକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.