banner
Breaking

ଅନଲକ-୧ ପାଇଁ ରାଜ୍ୟରେ ଜାରି ହେଲା ନିୟମାବଳୀ।

୧୧ ଟି ଜିଲ୍ଲାରେ ଶନିବାର ରବିବାର ଶଟଡାଉନ,ରାତି ୭ରୁ ସକାଳ ୫ କର୍ଫ୍ୟୁ।

0

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ) କେନ୍ଦ୍ର ସରକାର ପକ୍ଷରୁ ଆଜିଠାରୁ ଅନଲକ-୧ ଆରମ୍ଭ ହେବା ସହ କିଛି ମାର୍ଗଦର୍ଶକା ଜାରି କରାଯାଇଥିଲା। ଏଥିରେ ରାଜ୍ୟ ସରକାରଙ୍କୁ ପରିସ୍ଥିତି ଅନୁଧ୍ୟାନ କରି ପରିଵର୍ତନ ବା ନୀତି ନିର୍ଦ୍ଧାରଣ କରିପାରିବେ ବୋଲି ଉଲ୍ଲେଖ ଥିଲା। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ମାସଟି ଓଡିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟବାସୀଙ୍କ ହିତ ପାଇଁ ନିୟମ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନଲକ ୧.୦ ପାଇଁ  ରାଜ୍ୟ ସରକାର ସୋମବାର ନୂତନ ନିୟମାବଳୀ ଜାରି କରିଛନ୍ତି । ଏ ନେଇ ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନଲକ ୧.୦ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟମାନେ ନିଜ ସ୍ଥିତି ଅନୁଯାୟୀ କଟକଣା ଲଗାଇ ପାରିବେ ବୋଲି ଅସିତ ତ୍ରିପାଠୀ କହିଥିଲେ। ଜୁନ ମାସ ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜୁନରେ କରୋନା ଆହୁରି ବଢିପାରେ, ତେଣୁ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ। ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ କଟକଣା କୋହଳ କରାଯିବ ନାହିଁ ବୋଲି କହିଛନ୍ତି। ଏଥିସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବିବାହ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି ଏବଂ ହୋଟେଲ ଗୁଡିକ  ୩୦ % କ୍ଷମତାକୁ ନେଇ ଖୋଲିପାରିବେ ବୋଲି ସେ ସୂଚନା ଦେଇଛନ୍ତି।
ଜୁନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ୧୧ଟି ଜିଲା ସଟ ଡାଉନ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ , ବାଲେଶ୍ବର, ଓ ବଲାଙ୍ଗୀର । ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ ।
ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଦେବାକୁ ହେବ ଅଧିକ ଜରିମାନା। ପ୍ରଥମ ଓ ୨ୟ ନିୟମ ଭାଙ୍ଗି ଧରାପଡିଲେ ଜରିମାନା ୫୦୦ , ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ ହଜାର ଜରିମାନା । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି ଡିଜିପି କହିଛନ୍ତି ।  ବିନା କାରଣରେ କୁଆଡେ ନ ବୁଲିବାକୁ ସେ ପରାମର୍ଶ ଦେଇଛନ୍ତି ୧
ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ।
୧୨ ଘଣ୍ଟିଆ ରାତ୍ର କାଳୀନ କର୍ଫ୍ୟୁ ବଳବତ୍ତର ରହିବ, ସଞ୍ଜ ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ।
୩୦ ଜୁନ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ମନା। ସପିଙ୍ଗ କମ୍ପେକ୍ସ ମଧ୍ୟ ୩୦ ଜୁନ ଯାଏ ବନ୍ଦ ।
୩୦ % କ୍ଷମତାକୁ ନେଇ ଖୋଲିପାରିବ ହୋଟେଲ।
ସିନେମା ହଲ, ଜିମ୍ନାସିୟମ ଓ ସୁଇମିଂ ପୁଲ ମଧ୍ୟ ଜୁନ ଶେଷ ଯାଏ ବନ୍ଦ । ସାମାଜିକ, ରାଜନୈତିକ ଓ ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ। ଜୁଲାଇ ୩୧ ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ।

Khansweb Solution Bhubaneswar

Leave A Reply

Your email address will not be published.