banner
Breaking

ତାତିରେ ତାତିଲା ଓଡିଶା।

0

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ତାତିରେ ତାତିଲା ଓଡିଶା। ବାତ୍ୟା ଅମ୍ଫନ ପରେ ଓଡିଶାର ବହୁ ଜିଲ୍ଲା ଆଜି ଡହଡହ ତାତିରେ ଫୁଟିଛି। ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୩.୮ ଡିଗ୍ରୀ, ଭବାନୀପାଟଣାରେ ୪୪.୨ଡିଗ୍ରୀ, ବଲାଙ୍ଗୀରରେ ୪୩.୫ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ସମ୍ବଲପୁର ୪୨.୬ ଡିଗ୍ରୀ, ସୋନପୁର, ଝାରସୁଗୁଡା ଓ ହୀରାକୁଦରେ ୪୨.୨ ଡିଗ୍ରୀ, ଫୁଲବାଣୀରେ ୪୧.୪ ଓ ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨/୩ ଡିଗ୍ରୀ ବଢିବ। ଅନୁଗୋଳ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି।

Khansweb Solution Bhubaneswar

Leave A Reply

Your email address will not be published.