banner
Breaking

କରୋନା ମୁକାବିଲା ପାଇଁ ୧୫ ଓଏଏସଙ୍କୁ ଦାୟିତ୍ୱ।

0

ଭୁବନେଶ୍ବର,୧୨/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀମାନେ ୫ଟି ଜିଲାରେ କରୋନା ସଂକ୍ରାନ୍ତ ସମସ୍ତ ଦାୟିତ୍ବ ଅନୁଧ୍ୟାନ କରିବେ ।ଏହି ଅଫିସରମାନେ କଟକ ଓ ଭୁବନେଶ୍ୱରରେ ରାଜ୍ୟ ପ୍ରଶାସନର ପ୍ରମୁଖ ପଦପଦବୀରେ କାର୍ଯ୍ୟରତ ରହିଛନ୍ତି । ସେମାନଙ୍କୁ ନିଜ ଦାୟିତ୍ବରୁ ରିଲିଭ୍ ହୋଇ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ କରୋନା ପରିଚାଳନା ଦାୟିତ୍ବ ନିର୍ବାହ କରିବାକୁ ନିର୍ଦେଶ ଦିଆଯାଇଛି । ସୂଚନା ଅନୁସାରେ  ଭଦ୍ରକ ଜିଲ୍ଲା ଦାୟିତ୍ୱରେ  ନିଗମାନନ୍ଦ ପଣ୍ଡା ଓ ଅଶୋକ କୁମାର ବେହୁରିଆ ରହିଥିବାବେଳେ,  ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ସୁରେନ୍ଦ୍ର କୁମାର ପଣ୍ଡା, ବିକାଶ ଚନ୍ଦ୍ର ବାଇନ ଓ ଅଶ୍ୱିନୀ କୁମାର ମେହେରଙ୍କୁ ମୁତୟନ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ନିମନ୍ତେ ମନୋରଞ୍ଜନ ମଲ୍ଲିକ, ସନ୍ତୋଷ କୁମାର ଦାଶ, ଦୀପକ ରାଉତରାଏ ଓ ଶୈଳେନ୍ଦ୍ର କୁମାର ଜେନା; ଯାଜପୁର ଜିଲ୍ଲା ନିମନ୍ତେ  ଦିଲ୍ଲୀପ କୁମାର ସାହୁ, ବୀରେନ୍ଦ୍ର କୋରକୋରା, ନୃପରାଜ ସାହୁ ଓ ଲଲାଟେନ୍ଦୁ ସାହୁଙ୍କୁ  ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  ବାଲେଶ୍ୱର ଜିଲ୍ଲା ପାଇଁ ଲକ୍ଷ୍ମଣ ମଲ୍ଲିକ ଓ ସୁଚାରୂ କୁମାର ବଳଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଅଫିସରମାନେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରିବେ ଓ ସିଧାସଳଖ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦେଶନାମା ଜାରି କରାଯାଇଛି । 

Khansweb Solution Bhubaneswar

Leave A Reply

Your email address will not be published.