banner
Breaking

ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜିକରଣ ଆରମ୍ଭ।କିପରି କରିବେ ଜାଣନ୍ତୁ।

0

ଭୁବନେଶ୍ୱର,୨୪/୪(ଓଡ଼ିଆ ନ୍ୟୁଜ): ଓଡିଶା ସରକାରଙ୍କ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ମାନଙ୍କୁ ଫେରାର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର। ଆଜିଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ। ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଊନ ହୋଇ ରହିଛି । ଏହାରି ମଧ୍ୟରେ ଅନ୍ୟ ରାଜ୍ୟରେ କାମ କରୁଥିବା ବହୁ ପ୍ରବାସୀ ଓଡିଆ ସେଠାରେ ଫଶି ରହିଛନ୍ତି । ଲକ୍ ଡାଉନ ପାଇଁ କାମ ବନ୍ଦ ରହିଥିବା ବେଳେ ଏହି ପ୍ରବାସୀ ଓଡିଆମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଣୁ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ । ଓଡ଼ିଶାକୁ ଆସିବା ଆଗରୁ ରେଜିଷ୍ଟ୍ରେସନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
ଅନଲାଇନ୍ ଜରିଆରେ ଆପଣମାନେ କିପରି ପଞ୍ଜୀକରଣ କରିପାରିବେ ଜାଣନ୍ତୁ ।
ରାଜ୍ୟ ସରକାରଙ୍କ covid19.odisha.gov.in  ପୋର୍ଟାଲକୁ ଯାଆନ୍ତୁ

ଏହି ପୋର୍ଟାଲ ଖୋଲିବା ମାତ୍ରେ ଲକ୍ ଡାଉନ ପରେ ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ଫର୍ମ  ଅପସନରେ କ୍ଲିକ୍ କରନ୍ତୁ

ଏହପରେ ସେଠାରେ ପଞ୍ଜିକରଣ ପୂର୍ବରୁ କିଛି ସର୍ତ୍ତାବଳୀ ବା ଚୁକ୍ତିମାନା ଦିଆଯାଇଛି

ଏହି ସର୍ତ୍ତାବଳୀ ବା ଚୁକ୍ତିମାନା ପଡିବା ପରେ ପଞ୍ଜିକରଣ କରନ୍ତୁ

ପଞ୍ଜିକରଣ ସମୟରେ ସମସ୍ତ ସଠିକ ତଥ୍ୟ ଯେପରିକି କେଉଁଠି ଅଛନ୍ତି, ନାମ, ମୋବାଇଲ ନମ୍ବର ,କେଉଁ ସ୍ଥାନକୁ ଆସିବେ ଇତ୍ୟାଦି

ସମସ୍ତ ତଥ୍ୟ ଦେବାପରେ submit ଅପସନରେ କ୍ଲିକ କରନ୍ତୁ।

Khansweb Solution Bhubaneswar

Leave A Reply

Your email address will not be published.