banner
Breaking

ଓଡ଼ିଆ ଭାଷା ରେ ଓଡ଼ିଶା ର ଶାସନ ଆଜିଠାରୁ ହେଲା କାର୍ଯ୍ୟକାରୀ

0

ଭୁବନେଶ୍ବର, ୧୪/୮(ଓଡ଼ିଆ ନ୍ୟୁଜ) ଆଜି ମାତୃଭାଷା ଜନନୀକୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି। ସରକାରୀ ସ୍ତରରେ ଭାଷା ଖିଲାପକାରୀଙ୍କୁ ଦଣ୍ଡବିଧାନରେ ମୋହର ମାରିଛନ୍ତି ସରକାର। ମନ୍ତ୍ରୀମଣ୍ଡଳ ସ୍ତରୀୟ (କ୍ୟାବିନେଟ )ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ନିଷ୍ପତ୍ତି ନିଆଯାଇଛିI ନିୟମ ଅନୁଯାୟୀ “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ଶ୍ରେଣୀବିନ୍ୟାସ, ନିୟନ୍ତ୍ରଣ ଓ ଅପିଲ ) ଅଧିନିୟମ ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” | ଏପରିକି ରାଜ୍ୟସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବାବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅନୁଶାସନିକ କାର୍ଯ୍ୟଵିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ବ୍ୟପାକ ଭାବେ ଓଡ଼ିଆ ବ୍ୟବହାର କରୁଥିବା କର୍ମଚାରୀ ବା ବିଭାଗମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି | ଏହି ନିୟମାବଳୀ କୁ ମହାମହିମ ରାଜ୍ୟପାଳ ଡ଼.ଗଣେଶୀ ଲାଲ ଗତକାଲି ସ୍ଵାକ୍ଷର କରି ମୋହର ମାରିଛନ୍ତି | ରାଜ୍ୟ ସରକାର ଏହାକୁ ଆଜି ଗେଜେଟରେ ମଧ୍ୟ ପ୍ରକାଶ କରିଛନ୍ତି I ସେଥିରେ ସ୍ପଷ୍ଟ ଉଲ୍ଲେଖ ଅଛି କି ଏହି ଅଧିସୂଚନ ଗେଜେଟରେ ପ୍ରକାଶନ ତାରିଖଠାରୁ ବଳବତ୍ତର ହେବ ଅର୍ଥାତ ଆଜିଠାରୁ ଓଡ଼ିଶାରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳିତ ପାଇଁ ନିୟମାବଳୀ ପ୍ରଣୟନ ହେଲା | ଭାଷା ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ , ଆବାହକ ପବିତ୍ର ମହାରଥା , ଜାନକୀଷ ବଡ଼ପଣ୍ଡା ,ଡମ୍ବୁର ଧର ହରଣସିଂହ ନବକିଶୋର ପ୍ରଧାନ ,ନୀଳମଣି ମିଶ୍ର , ନାରାୟଣ ଖୁଣ୍ଟିଆ , ବିଜୟ ପ୍ରଧାନ ,ଅଲେଖ ଜେନା , ସଂଜୀବ ପଣ୍ଡା ,ପ୍ରମୁଖ ଉପସ୍ଥିତ ରହି ଏହା ଜଣାଇଛନ୍ତି। ପ୍ରକାଶ ଥାଉକି ଐତିହାସିକ ଭାଷା ଆନ୍ଦୋଳନ, ୮୭୮ ଦିନଧରି ଚାଲି ବିଶ୍ୱ ଇତିହାସ ସୃଷ୍ଟି କରିଛିI ଗୋଟିଏ ଆଇନ କାର୍ଯ୍ୟକାରୀ ହେବାକୁ ହେଲେ ନିୟମାବଳୀର ଆବଶ୍ୟକତା ରହିଛି I ତୁରନ୍ତ ନିୟମାବଳୀ ପ୍ରଣୟନ କରି ଓଡ଼ିଆରେ ଓଡିଶା ଶାସନ ବା ସେବା ପ୍ରଦାନ କରନ୍ତୁ ଓ ଯଦି ନିୟମାବଳୀରେ ତ୍ରୁଟି ଅନୁଭୂତ ହୁଏ, ପୁନର୍ବାର ପ୍ରତିବାଦ କରିବାର ନିଷ୍ପତ୍ତି ମଧ୍ୟ ନେବ ବୋଲି ଭାଷା ଆନ୍ଦୋଳ, ଓଡିଶା ସେଦିନ ଘୋଷଣା କରିଥିଲା | ଯାହା ଆଜି କାର୍ଯ୍ୟକାରୀ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.