banner
Breaking

ଓଲିଉଡ ଫିଲ୍ମ ଲାଗେ ପ୍ରେମ ନଜର ରିଲିଜ ରିଲିଜ

0

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  ‘ଲାଗେ ପ୍ରେମ ନଜର’। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା ‘ଲାଗେ ପ୍ରେମ ନଜର’। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। । ଏହି ଫିଲ୍ମର ନିର୍ଦ୍ଦେଶନା ଏସ୍ ଦିଲ୍ଲୀପ ପଣ୍ଡା ଦେଇଥିବା ବେଳେ ଫିଲ୍ମର ପ୍ରେଯୋଜନା ଭାର ସମ୍ଭାଳିଛନ୍ତି ନନ୍ଦିକେଶ ଓ ବ୍ୟାମକେଶ। କାହାଣୀ ଲେଖିଛନ୍ତି ଖଗେଶ୍ୱର ଶେଯପଡ଼ା।

ଫିଲ୍ମର ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାଟକ। ଫିଲ୍ମର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ସେପଟେ ଫିଲ୍ମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଏହି ଫିଲ୍ମରେ ଅନେକ ଚରିତ୍ରଙ୍କୁ ଦେଖିବାକୁ ମିଳିବ । ପପି, ସନ୍ତୁକା, ଅମର ମହାପାତ୍ର,ବାପି ଓ ବିନୋଦ ବାବୁ ନଜର ଆସିବେ । ସେପଟେ ଏହି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶାବାଦୀ ଅଛି ପ୍ରଯୋଜନା ସଂସ୍ଥା।

.

Khansweb Solution Bhubaneswar

Leave A Reply

Your email address will not be published.