banner
Breaking

ମେ ୨୩ରୁ ଓସିଏସ୍ ପ୍ରିଲିମ୍ ପରୀକ୍ଷା

0

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପ୍ରିଲିମ୍‌ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ମେ’ ୨୩ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୫ଟି ଜୋନ୍‌ରେଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ସୋମବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେନେରାଲ ଷ୍ଟଡିଜ୍‌ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍‌ ପେପର-୨ ପରୀକ୍ଷା ହେବ। ତେବେ ସମସ୍ତ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପ୍ରତି ସିଟିଂରେ ଅଧିକ ୪୦ ମିନିଟ୍‌ ସମୟ ଦିଆଯିବ। ଅର୍ଥାତ୍‌ ପ୍ରଥମ ସିଟିଂ ପାଇଁ ୧୦ଟାରୁ ୧୨ଟା ୪୦ ଏବଂ ଦ୍ୱିତୀୟ ସିଟିଂ ପାଇଁ ସାଢ଼େ ୧ଟାରୁ ୪ଟା ୧୦ ପର୍ଯ୍ୟନ୍ତ ସମୟ ଦିଆଯିବ। ଅଧିକ ତଥ୍ୟ ପାଇଁ ପରୀକ୍ଷାର୍ଥୀମାନେ ଓପିଏସ୍‌ସିର ଓ୍ବେବ୍‌ସାଇଟ୍‌ opsc.gov.inକୁ ନିୟମିତ ଦେଖିବା ପାଇଁ ଓପିଏସ୍‌ସି ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.