banner
Breaking

ଓ ଏ ଏସ ସ୍ତରରେ ଅଦଳବଦଳ।

0

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଟିଟିଲାଗଡ଼ ବିଡିଓ ମୋତିଲାଲ ସୁଳିଆଙ୍କୁ ବୀରମହାରାଜପୁର ବ୍ଲକକୁ ବଦଳି କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନ୍‌ଗୋଙ୍କୁ ଥୁଆମୂଳ ରାମପୁର, ପାଲଲହଡ଼ା ତହସିଲଦାରଙ୍କୁ ପଟ୍ଟାମୁଣ୍ଡାଇ, ରଘୁନାଥପୁର ବିଡିଓ ପଞ୍ଚାନନ ପଟ୍ଟାୟତଙ୍କୁ ରଣପୁର, ରଣପୁର ବିଡିଓ ରଶ୍ମିରେଖା ଦାସଙ୍କୁ ବେଗୁନିଆ, ହିନ୍ଦୋଳ ବିଡିଓ ହେମନ୍ତ କୁମାର ମହାନ୍ତଙ୍କୁ କୁଜଙ୍ଗ, ସିନାପାଲି ବିଡିଓ ସୁରେନ୍ଦ୍ର କୁମାର ମେହେରଙ୍କୁ ପାଇକମାଳ, ପାଇକମାଳ ବିଡିଓ ସଦାଶିବ ନାୟକଙ୍କୁ ସିନାପାଲି, ମାଲକାନଗିରି ବିଡିଓ ଅଜୟ ପ୍ରଧାନଙ୍କୁ ଧର୍ମଗଡ଼, ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ମାଲକାନଗିରି, ମାଲକାନଗିରି ଉପଜିଲାପାଳ ଦୁର୍ଗାପ୍ରସାଦ ଦୋରାଙ୍କୁ ଝରିଗାଁ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ନୟାଗଡ଼ ଉପଜିଲାପାଳ ସାଗର କୁମାର ନନ୍ଦଙ୍କୁ ଜଗତ୍‌ସିଂହପୁର, ଖୋର୍ଦ୍ଧା ଉପଜିଲାପାଳ ବବିତା ମଞ୍ଜରୀ ନାୟକଙ୍କୁ ଅସ୍ତରଙ୍ଗ ବିଡିଓ ଭାବେ, ଝାରବନ୍ଧ ବିଡିଓ ରୁନୁ ଲାକ୍ରାଙ୍କୁ ଝାରବନ୍ଧ ବିଡିଓ ସହିତ ସେହି ବ୍ଲକର ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆସ୍କା ବିଡିଓ ସତ୍ୟସୁନ୍ଦର ରାଉତଙ୍କୁ ଭାପୁର ବଦଳି କରାଯାଇଥିବା ବେଳେ ଲମତାପୁଟ ତହସିଲଦାର ସ୍ନେହପ୍ରଭା ମାଝିଙ୍କୁ କୁନ୍ଦ୍ରା, ଦେଓଗାଁ ବିଡିଓ ବର୍ନାଡେଟ ଲାକ୍ରାଙ୍କୁ ଗୁରୁଣ୍ଡିଆ, ଗୋଲମୁଣ୍ଡା ତହସିଲଦାର ମନୀଷା ଦାସ କୋକସରା, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରାଙ୍କୁ ଘସିପୁରା, ବରି ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ବୋଲଗଡ଼ ଏବଂ ଉମରକୋଟ ତହସିଲଦାର ଧର୍ମରାଜ ମାଝିଙ୍କୁ ଚନ୍ଦାହାଣ୍ଡି ବିଡିଓ ଭାବେ ବଦଳି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.