banner
Breaking

ଓଏଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର : ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୪ଟି ସରକାରୀ ମେଡିକାଲ କଲେଜର ପ୍ରଶାସନିକ ଅଫିସର ଭାବେ ୪ ଜଣ ମହିଳା ଓଏଏସ୍‌ ଅଫିସରଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ଜଣ ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଫିସର ଧରମ ହାଁସଦା ଓ ବରିଷ୍ଠ ଓଏଏସ୍‌ ଅଫିସର ସମ୍ବିତ କୁମାର ନାୟକଙ୍କୁ ଯଥାକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ, କିଶନନଗର ତହସିଲଦାର ଇନ୍ଦିରା ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର, ସମ୍ବଲପୁର ଡେପୁଟି କଲେକ୍ଟର ଜୟଶ୍ରୀ ପାଢ଼ୀଙ୍କୁ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ଦାୟିତ୍ୱ ମିଳିଛି। ସେହିପରି ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କର କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଆଶୁତୋଷ ସାମଲଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.