banner
Breaking

ଓଏଏସ ସ୍ତରରେ ଅଦଳବଦଳ।

0

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓସ୍‌ଡମା) କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ରଞ୍ଜନ ସାହୁଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଳଦି କରାଯାଇଛି। ଏଥିସହିତ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ସେହିପରି ସମ୍ବଲପୁର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀଙ୍କୁ ସମ୍ବଲପୁର ବନ୍ଦୋବସ୍ତ ଅତିରକ୍ତ କମିଶନର ଭାବେ ବଦଳି କରାଯାଇଥିବା ବେଳେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଦିଲୀପ କୁମାର ବଳଙ୍କୁ ସମ୍ବଲପୁର ପିଡି ଡିଆରଡିଏ, ମୟୂରଭଞ୍ଜ ଏଡିଏମ୍‌ ପ୍ରକାଶ ବେହେରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର, ବୌଦ୍ଧ ଏଡିଏମ୍‌ ଏନ୍‌.ସି. ଜ୍ୟୋତିରଞ୍ଜନ ନାୟକଙ୍କୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ମ୍ୟାନେଜର, ରାୟଗଡ଼ା ପିଡି ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ସୁନ୍ଦରଗଡ଼ ଏଡିଏମ୍‌, ବୌଦ୍ଧ ଡିଆରଡିଏ ଏପିଡି ବବିତା ରାଣୀ ଦଳବେହେରାଙ୍କୁ ବୌଦ୍ଧ ଏଡିଏମ୍‌ ଭାବେ ବଦଳି କରାଯାଇଛି। ପାନପୋଷ ଅତିରିକ୍ତ ଉପଜିଲାପାଳ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ଡୁଡା ପିଡି ଭାବେ ବଦଳି କରାଯାଇଥିବା ବେଳେ ବୌଦ୍ଧ ଉପଜିଲାପାଳ ଅଶ୍ୱିନୀ କୁମାର ମେହେରଙ୍କୁ ବୌଦ୍ଧ ପିଡି ଡିଆରଡିଏ, ବୌଦ୍ଧ ତହସିଲଦାର ସନତ କୁମାର ନାଏକଙ୍କୁ ବୌଦ୍ଧ ଉପଜିଲାପାଳ ଏବଂ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲାପାଳ ବିରଜା ପ୍ରସାଦ ରାଉତରାୟଙ୍କୁ କେନ୍ଦ୍ରାପଡ଼ା ସିଡିଏମ୍‌ଓ ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.