banner
Breaking

ଓଏଏସ ସ୍ତରରେ ଅଦଳବଦଳ।

0

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) କମିଶନର ଭାବେ ବଦଳି କରାଯାଇଛି। କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କୁ ଏସ୍‌ଏମ୍‌ସି କମିଶନର ଭାବେ ହୋଇଥିବା ବଦଳିକୁ ବାତିଲ କରି ଦିଆଯାଇଛି। ପ୍ରବୀରଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତି ମିଳିଛି।

ସେହିପରି ସ୍ନିଗ୍ଧାରାଣୀ ଧଳଙ୍କୁ ଢେଙ୍କାନାଳ ଉପଜିଲାପାଳ, ଅନିତା ପାତ୍ରଙ୍କୁ କଟକ ମହାନଗର ନିଗମ ଯୁଗ୍ମ କମିଶନର, ଜୟଶ୍ରୀ ମଲ୍ଲିକଙ୍କୁ ଚମ୍ପୁଆର ଆଇଡିଟିଏ ପିଏ, ସୁଶାନ୍ତ କୁମାର ପତିଙ୍କୁ ଅନୁଗୋଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରଶ୍ମିରେଖା ଦାସଙ୍କୁ ପୁରୀ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବୈତୁରା ଦୀପଙ୍କୁ ଅନୁଗୋଳ ଅତିରିକ୍ତ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଅତସୀ ଦାସଙ୍କୁ ଆଦିବାସୀ ଉନ୍ନୟନ ସମବାୟ ନିଗମରେ ନିଯୁକ୍ତି ପାଇଁ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗକୁ ଡେପୁଟେଶନରେ ପଠାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.