banner
Breaking

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବରିଷ୍ଠ ସମ୍ବାଦିକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ।

0

ଭୁବନେଶ୍ୱର:–ବରିଷ୍ଠ ସାମ୍ବାଦିକ, ଭଗବତପ୍ରେମୀ, ପରୋପକାରୀ, ଦୟାଶୀଳ ଭାବନା ସରଳଜୀବନ ଶୈଳୀ, କର୍ମଚାରୀ ବତ୍ସଳ ଅଧିକାରୀ ତଥା ରାଜ୍ୟର ଅଗ୍ରଣୀ ଓଡିଆ ସମ୍ବାଦପତ୍ର ଦୈନିକ ସମ୍ବାଦର ମୁଦ୍ରକାର, ପ୍ରକାଶକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ତାଙ୍କ ଦଶାହ ଅବସରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଆବାହକତ୍ୱରେ, ଯୁବ ସମାଜସେବୀ ତଥା ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ)ଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ସଂଘର ସଭ୍ୟ, ସ୍ଥାନୀୟ ଯୁବବନ୍ଧୁ, ଲୋକପ୍ରତିନିଧି, ନୀଳାଦ୍ରିବିହାରର ବରିଷ୍ଠ ନାଗରିକ ତଥା ବାସିନ୍ଦାମାନେ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କୁ ଗଭିର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ କ୍ୟାଣ୍ଡେଲ ପ୍ରଜ୍ୱଳନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଉପସ୍ଥିତ ବ୍ୟକ୍ତି ବିଶେଷ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବଟକୃଷ୍ଣ ପଣ୍ଡା, ପ୍ରକାଶ ସାହୁ, ଅର୍ଜୁନ ଦେହୁରୀ, ଗଦାଧର ପ୍ରସାଦ ରଥ, ଗୋବିନ୍ଦ ବିଶ୍ୱାଳ, ଶିଶିର କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.