banner
Breaking

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ଗଣପର୍ବ ନୂଆଖାଇ । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନକେଣ୍ଡା ଭୋଗ ଚଢାଯାଏ । ପରେ ନବ ଅନ୍ନ ଲାଗି କରାଯାଇ ମା ଙ୍କ ଆଶୀର୍ବାଦ ନିଅନ୍ତି। ପଶ୍ଚିମ ଓଡିଶାରେ ସମସ୍ତଙ୍କ ଘରେ ମଧ୍ୟ ନୂଆଁଖାଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ । ଠିକ୍ ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଅନ୍ୟ ସବୁ ଜିଲ୍ଲାରେରେ ବି ଗଣପର୍ବ ନୂଆଖାଇ ପାଳିତ ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.