banner
Breaking

ନୃତ୍ୟ ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ନୃତ୍ୟ ଭିିତ୍ତିକ ଅନୁଷ୍ଠାନ ନୃତ୍ୟ ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ କାଭିୟର ଛକ ସ୍ଥିତ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଳିତ୍ ଉଦ୍‌ଘାଟନ କରିବା ସହ କହିଥିଲେ ବ୍ୟସ୍ତ ବହୁଳ ମଣିଷର ଅବସାଦ ମୋଇବାର ପ୍ରମୁଖ ଭୂମିକା ନେଇଛି ନାଚ ଗୀତ । ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ନାଚ ଗୀତ ଅଭ୍ୟାସ କରି ସୁନାମ ଅର୍ଜନ କରିପାରିବେ । ଏଥିପାଇଁ ନିଷ୍ଠା, ଏକାଗ୍ରତା, ଗୁରୁଭକ୍ତି ଆବଶ୍ୟକ । ଅଭିଭାବକ ମାନେ ପିଲା ମାନଙ୍କୁ ସୁଯୋଗ ଦେବା ଦରକାର । ଉତ୍କୃଷ୍ଟ କଳାର ଦେଶ ଭାବରେ ଆମ ଓଡିଶା ସାରା ପୃଥିବୀରେ ଓଡିଶୀ ନୃତ୍ୟ ପାଇଁ ପ୍ରସିଦ୍ଧ ଲାଭ କରିଛି । ଏହାହିଁ ବିଶିଷ୍ଟ ଗୁରୁ ଓ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି । ସମ୍ମାନୀତ ଅତିଥି ଭାବେ ନଳିନୀ ଦେବୀ ମହିଳା ମହାବିଦ୍ୟାଳୟର ପ୍ରଫେସର୍ ଶରତ କୁମାର କଣ୍ଠ,ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସ, ଆଇନଜୀବୀ ମନମୋହନ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ଶ୍ରୀରୂପା ଘୋଷ ପ୍ରମୁଖ ଯୋଗଦେଇ ଗୁରୁଶିଷ୍ୟ ପରମ୍ପରା ଜନ ମାନସରେ ଉଜ୍ଜୀବୀତ ରହିଛି ଓ ରହିବ ଏବଂ ଜଣେ ସଫଳ କଳାକାର ପାଇଁ ଗୁରୁଭକ୍ତି ଓ ନିଷ୍ଠା ନିହାତି ଆବଶ୍ୟକ ବୋଲି କହିବା ସହିତ ନୃତ୍ୟ ମନ୍ଦିରର ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଗୁରୁ ବିମ୍ବାଧର ଦାସଙ୍କୁ ପଦ୍ମଶ୍ରୀ ମିନତି ମିଶ୍ର ପ୍ରତିଭା ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସଙ୍କୁ ଗୁରୁ ଘନଶ୍ୟାମ ପଣ୍ଡା ସମ୍ମାନ, ଡଃ ଚନ୍ଦନା ରାଉଳଙ୍କୁ ଡଃ ବିଦ୍ୟୁତ କୁମାରୀ ଚୌଧୁରୀ ପ୍ରତିଭା ସମ୍ମାନ ଓ ଶିଶୁ ସାହିତ୍ୟିକ ଶରତ ଚନ୍ଦ୍ର ନାୟକଙ୍କୁ ଗୋବିନ୍ଦ ଚନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଜ୍ଞାନାନନ୍ଦ ସାଗର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡଃ ଦୀଲ୍ଲିପ କର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗୁରୁଶ୍ରୀ ଦେବବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ନୃତ୍ୟ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ ଓ ଏକକ ସଙ୍ଗୀତ ପରିବେଶଣ କରାଯାଇଥିଲା

Khansweb Solution Bhubaneswar

Leave A Reply

Your email address will not be published.