banner
Breaking

ଏନ ପି ଆର କୁ କ୍ୟାବିନେଟ ମଞ୍ଜୁରୀ। ବ୍ୟବହାର ହେବ ମୋବାଇଲ ଆପ।

0

ନୂଆଦିଲ୍ଲୀ,୨୪ ।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି)କୁ ନେଇ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା ଏନପିଆରକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଏନପିଆର ଅପଡେଟ୍ ନିଷ୍ପତ୍ତିକୁ ଅନୁମତି ଦିଆଯାଇଛି । ଏନପିଆରକୁ ଅପଡେଟ୍ କରିବା ପାଇଁ ୮୫୦୦ କୋଟି ଟଙ୍କାର ବଜେଟକୁ ମଞ୍ଜୁରି ଦିଆଯାଇଥିବା ବେଳେ ଏହା ୨୦୨୦ ଏପିଲ ମାସରୁ ଏହା ଉପରେ କାମ ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ଼କର କହିଛନ୍ତି ଯେ, ‘୨୦୨୦ ମସିହା ଏପ୍ରିଲ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନଗଣନା କରାଯିବ । ଜନଗଣନା ପାଇଁ କୌଣସି କାଗଜପତ୍ର ଦରକାର ନାହିଁ । ଯେଉଁମାନେ ଭାରତରେ ବସବାସ କରୁଛନ୍ତି, ସେମାନଙ୍କ ଗଣନା ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି ।ତେବେ ଏନପିଆରରେ ଦେଶର ‘ସାମାନ୍ୟ ନାଗରିକ’ଙ୍କ ଗଣନା କରାଯାଇଥାଏ । ଏନପିଆର ଅର୍ଥ କୌଣସି ଗାଁ କିମ୍ବା ଗ୍ରାମାଞ୍ଚଳ, ସହର କିମ୍ବା ୱାର୍ଡ଼ ତଥା ସହରାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ । ଏହା ସହ ଯେଉଁମାନେ କୌଣସି ସ୍ଥାନୀୟ କ୍ଷେତ୍ରରେ ଗତ ଛଅ ମାସରୁ ଅଧିକ ସମୟ ହେବ ରହୁଛନ୍ତି କିମ୍ବା ଛଅ ମାସରୁ ଅଧିକ ସମୟ ରହିବାର ଯୋଜନା କରିଛନ୍ତି , ସେମାନଙ୍କୁ ଏନପିଆରର ଅନ୍ତର୍ଭୁକ୍ତ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.