banner
Breaking

ନଦୀ ବନ୍ଧ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର: ଆଜି ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ପାଞ୍ଚ ପଂଚାୟତ (ବରିମୁଣ୍ଡ , କଲ୍ୟାଣପୁର, ରଘୁନାଥପୁର, ଇଂଜଣା ଓ ଦାଢ଼ା ) ଏବଂ ଭୁବନେଶ୍ୱର ମହାନଗର ନିଗମର ୪ ଟି ୱାର୍ଡରେ ବସବାସ କରୁଥିବା ହଜାର ହଜାର ଜନସାଧାରଣଙ୍କର ବହୁ ପ୍ରତିକ୍ଷିତ କାନପୁର ନଦୀବନ୍ଧ ରାସ୍ତାରୁ ହାଇଟେକ ରାସ୍ତା ଭାୟା କୁଆଖାଇ ପୋଲ ବାଇପାସ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ମାନ୍ୟବର ମନ୍ତ୍ରୀ, ଇସ୍ପାତ , ଖଣି ଓ ପୂର୍ତ୍ତ ବିଭାଗ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କରକମଳରେ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଦ୍ୱାରା ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ବାଇପାସ ରାସ୍ତା ନିର୍ମାଣ ଦ୍ୱାରା ସ୍କୁଲ ପିଲାଙ୍କ ମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବା ସହିତ ବିନା ପ୍ରତିବନ୍ଧକରେ ରୋଗୀମାନଙ୍କ ଆମ୍ବୁଲାନ୍ସ ସେବା ଏବଂ ସର୍ବସାଧାରଣଙ୍କ ପାଇଁ ଏହା ସହାୟକ ହେବା ସହିତ ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ନିଜ ମତ ରଖିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ, ସରପଂଚ ଦେବରାଜ ଭୋଇ, ହେମନ୍ତ ପରିଡା , ସମିତି ସଭ୍ୟ ନିହାରକାନ୍ତ ପଢ଼ିହାରୀ ,ଭୁବନେଶ୍ୱର ମହାନଗର ନିଗମର ସମସ୍ତ କର୍ପୋରେଟର, ବରିଷ୍ଠ ମୁରବି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ କୁଅଁର, ନୃସିଂହ ଖାଡଙ୍ଗା , ପବିତ୍ର ସ୍ୱାଇଁ, , ବସନ୍ତ ରଥ, ରାଜେନ୍ଦ୍ର ସ୍ୱାଇଁ, ଗୋପୀନାଥ ଦାସ, ବ୍ରଜ ସ୍ୱାଇଁ, ବ୍ରହ୍ମାନନ୍ଦ ଖୁଣ୍ଟିଆ, ଅଶିଳ କୁମାର ବ୍ରହ୍ମ , ଯୁବନେତା କୁନାଲ ରାଉତ , ଅନୁ ଖୁଣ୍ଟିଆ, ଆଦିକନ୍ଦ ରାଉତ , ନିର୍ମଳ ରାଉତ, ସନ୍ତୋଷ ନାଥ ଏବଂ ମଂଚେଶ୍ୱର ଗ୍ରାମ ଓ ଆଖ ପାଖ ଅଂଚଳର ବରିଷ୍ଠ ମୁରବି, ମା ଭଉଣୀ, ଯୁବକ ଛାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ | ସ୍ଥାନୀୟ ଅଂଚଳରେ ଏହି ବାଇପାସ ରାସ୍ତା ନିର୍ମାଣ କରାଯାଉଥିବାରୁ ବରିଷ୍ଠ ମୁରବି ଓ ମା ଭଉଣୀ ମାନେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ସହ ଆଶୀର୍ବାଦ କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.