banner
Breaking

ବାତ୍ୟା ଅମ୍ଫାନରେ ଲୋକଙ୍କ ସହିତ ରହିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।

0

ଭୁବନେଶ୍ବର, ୨୦/୫(ଓଡ଼ିଆ ନ୍ୟୁଜ) ବାତ୍ୟା ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ୧୯ ତାରିଖ ରାତିରୁ ବର୍ଷା ପବନ ଆରମ୍ଭ ହୋଇ ୨୦ ତାରିଖ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା।ଏହାର ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଗଛ ଭାଙ୍ଗିବା ସହିତ ଛୋଟୋମୋଟ କ୍ଷେୟକ୍ଷତି ହୋଇଛି। ଯାହାର ଆକଳନ କରାଯାଇ ନାହିଁ। ବିଶେଷ କରି ବସ୍ତି ଓ ଗାଁ ଅଞ୍ଚଳରେ ଅଧିକ କ୍ଷେୟକ୍ଷତି ହୋଇଥିବାର ଅନୁମାନ କରାଯାଉଛି।


ଆଜି ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ନହରକଣ୍ଟା,ରୁଦ୍ରପୁର ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନର ବ୍ୟବସ୍ଥା କରିଛନ୍ତି। ଏବଂ ବିଭିନ୍ନ ବସ୍ତି ଓ ଗାଁ ବୁଲି ଲୋକମାନଙ୍କ ଅବସ୍ଥା ବୁଝିଛନ୍ତି। ବିପଦ ଆପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚୁ ଥିବାରୁ ସମସ୍ତଙ୍କର ସେ ପ୍ରିୟପାତ୍ର ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.