banner
Breaking

ଉତ୍ତର ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର : ପଟିଆ ବିଗ ବଜ଼ାର ସମ୍ମୁଖ ପେଟ୍ରୋଲ ପମ୍ପ ଠାରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ୮ କୋଟି ତାଙ୍କ ବ୍ୟୟ ଅଟକଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ମାନ୍ୟବର ବିଧାୟକ ଭୁବନେଶ୍ୱର ଉତ୍ତର ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ କରକମଳରେ ଶୁଭ ଉଦଘାଟିତ
ହୋଇଯାଇଛି | ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଆଶା ଆଜି ପୁରଣ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ସାଧୁବାଦ ଜ୍ଞାପନ କରିଛନ୍ତି | ସେହିପରି ବିଧାୟକଙ୍କ ଦ୍ୱାରା କଲ୍ୟାଣପୁର ପଂଚାୟତର ଗଣ୍ଡରପୁର ହାଇସ୍କୁଲ ଛକ ଠାରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଇଂଜନା ହାଇସ୍କୁଲର ଏକ ସାଇକଲ ଷ୍ଟାଣ୍ଡର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ବରିଷ୍ଠ ମୁରବି ନୃସିଂହ ରାଉତ , ବିଷ୍ଣୁ ପାତ୍ର ,ନୃସିଂହ ଖାଡଙ୍ଗା , ଗୋପୀନାଥ ଦାସ, ବସନ୍ତ ରଥ, କୈଳାଶ ରାଉତ , ରାଜେନ୍ଦ୍ର ସ୍ୱାଇଁ, ଧନୁର୍ଦ୍ଧର ସ୍ୱାଇଁ , ପୁର୍ବତନ କର୍ପୋରେଟର ଜୟନ୍ତୀ ଜେନା, ଯୁବନେତା ମିହିର ରାଉତ, ଚିତ୍ତରଞ୍ଜନ ପାତ୍ର, ହିମାଂଶୁ ଶେଖର ଦାସ , ତ୍ରୈଲୋକ୍ୟ ରାଉତ , ଜିତେନ୍ଦ୍ର ନାଥ ରାୟ, ତ୍ରୈଲୋକ୍ୟ ପରିଡା, ଲଛମନ ରାଉତ, ସନ୍ତୋଷ ନାଥ, ସୁଶାନ୍ତ ପରିଡା , ରଞ୍ଜନ ରାଉତ , ନିର୍ମଳ ରାଉତ , ବ୍ରଜ କିଶୋର ସ୍ୱାଇଁ, ବସନ୍ତ ସାସମଲ , ମାଧବ ରାଉତ, ଛାତ୍ର ସଭାପତି ସୁବାସ ସାହୁଙ୍କ ସହିତ ପାଞ୍ଚ ପଂଚାୟତର ବହୁ ବରିଷ୍ଠ ମୁରବି ଓ ମହିଳା ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.