banner
Breaking

ପିଲାଙ୍କ ସହିତ ଶେଷ ମନ କି ବାତ କରିବେ ମୋଦି

0

ନୂଆଦିଲ୍ଲୀ,୨୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବେ । ଏଥିପାଇଁ ମଙ୍ଗଳବାରଠାରୁ ରେଜିଷ୍ଟ୍ରେଶନ ଆରମ୍ଭ କରାଯାଇଛି । ପରୀକ୍ଷା ପେ ଚର୍ଚ୍ଚା ସମୟରେ ମୋଦି ପୂର୍ବଭଳି ଛାତ୍ରଙ୍କୁ ସମ୍ବୋଧିତ କରି ସେମାନଙ୍କ ମନୋବଳ ବଢାଇବେ । ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚ ୨୦୨୨’ର ଘୋଷଣା ଚଳିତ ବର୍ଷର ଶେଷ ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମରେ କରିଥିଲେ । ଏଥିରେ ସେ କହିଥିଲେ ପରୀକ୍ଷା ୨୦୨୨ରେ ପ୍ୟାରେଣ୍ଟସ୍ ଓ ଟିଚର୍ସଙ୍କ ପାଇଁବି ଏକ ଅନଲାଇନ ପ୍ରତିଯୋଗୀତା କରାଯିବ । ଏଥର ମାଇ ଜିଓଭି ଡଟ୍ ଇନ୍‌ରେ ରେଜିଷ୍ଟ୍ରେଶନ କରାଯିବ । ଏହା ୨୮ ଡିସେମ୍ବରରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.