banner
Breaking

ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

0

ଭୁବନେଶ୍ୱର ,୨୪/୮(ଓଡ଼ିଆ ନ୍ୟୁଜ) ନିଶିଗନ୍ଧା ସାହିତ୍ୟ ସଂସଦ ପ୍ରଥମ ରାଜ୍ୟ ସ୍ତରୀୟ କବିତା ଓ ପ୍ରତିଭା ସମ୍ବର୍ନ୍ଧନା ମହୋବ ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ସମୀର ଦାସ ଯୋଗଦେଇ ସମାଜରେ ଘଟୁଥିବା ଘଟଣା ବଳିକୁ ସାହିତ୍ୟିକ ମାନେ ଲୋକ ଲୋଚନକୁ ଆଣିବା ସହିତ ସଚେତନତାର ବାର୍ତ୍ତା ଦେଇଥାନ୍ତି । ସେମାନେ ସମାଜର ଜଣେ ଜଣେ ହିତାକାରୀ ବନ୍ଧୁ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିପ୍ଳବୀ କବି ଡଃ ହୁସେନ୍ ରବିଗାନ୍ଧି ଯୋଗ ଦେଇ ସାହିତ୍ୟିକ ମାନଙ୍କର ସମାଜ ପ୍ରତି ଦାୟିତ୍ୱ ବୋଧ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଶଙ୍କର୍ଷଣ ପରିଡା ଯୋଗଦେଇ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି କବୟତ୍ରୀ ମାନଙ୍କୁ ଏକତ୍ରିତ କରି ଗୋଟିଏ ସୁତ୍ରରେ ବାନ୍ଧି ରଖିବାର ପ୍ରୟାସ କରିଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଓ ଏହାର ପ୍ରତିଷ୍ଠାତା ବଳରାମ ତରାଇ ଓ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ନାନୀତ ଅତିଥି ଭାବେ କବୟତ୍ରୀ ମଞ୍ଜୁଳା ତ୍ରିପାଠୀ, ଚିତ୍ରାରାଣୀ ପାତ୍ର, ଆଇନଜୀବି ତାପସ ଦେଉଡି, ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଯୋଗ ଦାନ କରିଥିଲେ ।
ତୁମେ ନିଶିଗନ୍ଧା ଅଡିଓ ସିଡି ଏବଂ ନିଶିଗନ୍ଧା ମୁଖ୍ୟବନ୍ଧ ପ୍ରତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ କବି ଓ କବୟତ୍ରୀ ମାନଙ୍କୁ ରମାଦେବୀ, କୁନ୍ତଳା କୁମାରୀ, ନିଶିଗନ୍ଧା, ଫକିର ମୋହନ ଓ ଡଃ ହରେକୃଷ୍ଣ ମହତାବ ଇତ୍ୟାଦି ସମ୍ମାନରେ ସମ୍ମାନୀତ କରାଯାଇଥିଲା ା ଏଥି ସହିତ ପ୍ରଭାତ କୁମାର ବେହେରାଙ୍କୁ ଗୁରୁ ଦଣ୍ଡ ସମ୍ମନ ଓ ଶାଳଗ୍ରାମ ନାୟକଙ୍କୁ ବାଣିକଣ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ କବିତା ପାଠୋବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ୧୦୦ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଶିଗନ୍ଧାର କର୍ମକର୍ତ୍ତା ଅକ୍ଷୟ କୁମାର କର୍ଣ୍ଣ, ରଶ୍ମିତା ରୋଜୀ, ପଲ୍ଲବି ଦାସ, କବିତା ମହାନ୍ତି, ସତ୍ୟଜିତ ମଲ୍ଲିକ, ପ୍ରଜ୍ଞାପରମିତା ପଣ୍ଡା, ମାନସ ଦାସ, ଲଳିତା ଜେନା, ସଂଧ୍ୟାରାଣୀ ଦାସ, ଶାନ୍ତନୁ ପନାୟକ, ବନଜା ସାହୁ, ମଞ୍ଜୁଳା ସାହୁ, ଚିତ୍ରାରାଣୀ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ା

Khansweb Solution Bhubaneswar

Leave A Reply

Your email address will not be published.