ଭୁବନେଶ୍ୱର ଖୋର୍ଦ୍ଧା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ସଂସଦ ଆନୁକୂଲ୍ୟରେ ସଂସଦର ସଭାପତି ଡ. ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ପରିଚାଳନାରେ ଭରଚୁଆଲ ମୋଡ଼ ଜରିଆରେ କରନାରେ ମୃତ୍ୟବରଣ କରିଥିବା ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଉଦେଶରେ ରବିବାର ସାନ୍ଧ୍ୟ 8ଟାରେ ଏକ ସ୍ମୃତିଚlରଣ ସଭାର ଆୟୋଜନ ହୋଇଥିଲା l ସ୍ବର୍ଗତ ମହାପାତ୍ର ଆଜିର ସମାଜରେ କୋଣାର୍କର ତଥା ଓଡିଶାର ଐତିହ୍ୟ ଫେରାଇ ଆଣିବାରେ ଯେଉ ବଳିଷ୍ଠ ଉଦ୍ୟମ କରିଥିଲେ ତାର ଚିର ପ୍ରଶଂସ୍ୟଯୋଗ୍ୟ ଯାହା ପାଇଁ ଓଡିଶା ଆଜି ଗର୍ବିତ l ସେ ଏକାଧାରରେ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ, ଓଡିଶା ଲଳିତ କଳା ଏକାଡେମୀର ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବିଚlରକ କୈଳାଶ ପଟ୍ଟନାୟକ ପରିଚାଳନା କରିଥିଲେ l ଏହି ଶୋକସଭାରେ ପ୍ରଥମେ ସଭାପତି ଡ. ରଜନୀ ରଞ୍ଜନ ଦାସ ସ୍ମୃତିଚାରଣ କରି ଗଭୀର ଶୋକବ୍ୟକ୍ତ କରିଥିଲେ l ଏହାପରେ ଅଂଶଗ୍ରହଣ କରିଥିବା ସାହିତ୍ୟ ସରସ୍ବତ ସାଧକ ସାଧିକlମାନେ ନିଜ ନିଜର ଅଶ୍ରୁଳ ଭାବଗର୍ଭକ ସଦଗତି କାମନା କରିବା ସହ ତାଙ୍କ ପରିବାରର ସୁସ୍ଥ ଏବଂ ନିରାମୟ ଜୀବନ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏହି ଦିବଂଗତ ଆତ୍ମାର ଶ୍ରଦ୍ଧାଞ୍ଜଳି ସଭାରେ ଡ଼ଃ କୁଳମଣୀ ଓଝା, ଡ଼ଃ ସୁଧlମୟୀ ବେହୁରା, ଡ଼ଃ ନୀଳାଦ୍ରୀନାଥ ଜଗଦେବ, ଇଂରାଜୀ ସାହିତ୍ୟ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ଚିତ୍ତରଞ୍ଜନ ନନ୍ଦ, କରୁଣାକର ମଲ୍ଲିକ, ଜ୍ୟୋତିରଞ୍ଜନ ଦାଶ, ଗୋଦାବରୀ ଦାଶ, ଜମ୍ବେଶ୍ୱର ଦଳାଇ, ଅଧ୍ୟାପକ ସୂର୍ଯ୍ୟନାରାୟଣ ମହାରଣା, ସୁରମା ଦାଶ, ଅର୍ଚନା ଦାଶ, ଅନସୂୟା ଦେବତା, ସୂଦୀପ୍ତା ବିଶ୍ୱାଳ, ସୁମିତ୍ରା ସାହୁ, ପ୍ରଭାସିନୀ ମିଶ୍ର, ଭଗବାନ ଓତା, ନୀଳମଣି ଥପା, ଯୁଧିଷ୍ଠିର ମୁଦୁଲି, କୈଳାସ ଚନ୍ଦ୍ର ପଟନାୟକ, ବଳରାମ ତରାଇ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l




