banner
Breaking

ନିଶ୍ଚନ୍ତକୋଇଲିରେ ଜୋରଦାର ଆନ୍ଦୋଳନ

0

ନିଶ୍ଚିନ୍ତକୋଇଲି,୮।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନିଶ୍ଚିନ୍ତକୋଇଲି ବଉଳ ବଜାରରୁ ୩ କୋକେଇରେ ୩ ନେତାଙ୍କ କୁଶପତ୍ତଳିକା ରଖି ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଆଇନଜୀବୀ ଅମରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳ ବସ୍ତିଆ ଭାଜପା ଜିଲା ସଭାନେତ୍ରୀ ଯାଜ୍ଞସେନୀ ଯେନା ପ୍ରମୁଖ ଯୋଗଦେଇ ସରକାର ବିରୋଧି ମନ୍ତବ୍ୟ ଦେଇଥିଲେ । ଶେଷରେ ତିନି ନେତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.