banner
Breaking

ଶିକ୍ଷା ମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ। ୧୬ ଜଣଙ୍କ ଦରମା ବନ୍ଦ।

0

ନିମାପଡ଼ା,୨୬ା୫(ବ୍ୟୁରୋ):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋପ ତହସିଲ ଓ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମଙ୍ଗଳବାର ଗୋପ ତହସିଲ କାର୍ଯ୍ୟାଳୟରେ ଅନୁପସ୍ଥିତି ଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ୧୬ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି ମନ୍ତ୍ରୀ ଦାଶ ନିମାପଡ଼ା ବ୍ଲକ କାର୍ଯ୍ୟାଳୟର ୮ଜଣଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଗୋପ ତହସିଲ କାର୍ଯ୍ୟାଳୟରେ ମନ୍ତ୍ରୀ ଦାଶ ଅଚାନକ ପହଞ୍ଚିଥିଲେ। ୧୬ଜଣ କର୍ମଚାରୀ ଅନୁପସ୍ଥିତି ଥିବା ଜାଣିବାକୁ ପାଇଥିଲେ। ଏନେଇ ମନ୍ତ୍ରୀ ଦାଶ ତହସିଲଦାର ଶୁଭାଶିଷ ପାଲଟାଙ୍କୁ ପଚାରିବାରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ମନ୍ତ୍ରୀ ଅନୁପସ୍ଥିତ ଥିବା ୧୬ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଥିଲେ। ବାତ୍ୟା ସମୟରେ କର୍ମଚାରୀମାନେ କାହା ନିର୍ଦ୍ଦେଶରେ ରହିଛନ୍ତି ଉକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ଦିନ ମଧ୍ୟରେ ଉତ୍ତର ଦେବା ଲାଗି ତହସିଲଦାର ପାଲଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହପରି ମନ୍ତ୍ରୀ ଦାଶ ଅଚାନକ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବାତ୍ୟା ଭଳି ସମୟରେ କାର୍ଯ୍ୟାଳୟରେ ୫ଜଣ କିରାଣୀ, ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଣେ ଡାଟା ଏଣ୍ଟ୍ରି ଅପରେଟର, ଜଣେ ଡବ୍ଲ୍ୟୁଇଓ ଅନୁପସ୍ଥିତ ଥିବାରୁ ମନ୍ତ୍ରୀ ଦାଶ ସେମାନଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପରେ ବାତ୍ୟା ସ୍ଥିତି ସମ୍ପର୍କରେ ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.