banner
Breaking

ନୀଳାଦ୍ରି ବିହାର ଆବାସିକ ସଙ୍ଘର ସାଧାରଣ ନିର୍ବାଚନ

0

ଭୁବନେଶ୍ୱର ,୩୧/୭ (ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ଆବାସିକ ସଂଘର ଦ୍ୱିବାର୍ଷିକ ସାଧାରଣ ନିର୍ବାଚନ ଦୁର୍ଗାପୂଜା ମଣ୍ଡପ ପରିସରରେ ଥିବା ଆବାସିକ ସଂଘ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ପରି ଏହା ଗୁପ୍ତ ବ୍ୟାଲଟ୍ ମାଧ୍ୟମରେ ହୋଇଥିଲା । ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସାମଲ, ଶମ୍ଭୁନାଥ ମାଝି, ବିରଞ୍ଚି ନାରାୟଣ ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ମାଧବାନନ୍ଦ ନାଥ ଓ ନିର୍ବାଚନ ଉପଦେଷ୍ଟା ମନମୋହନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ସରିଥିଲା । ଏଥିରେ ସଂଘର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ବୀରକିଶୋର ମିଶ୍ର, ସାଧାରଣ ସଂପାଦକ ଦେବେନ୍ଦ୍ର ନାଥ ପାତ୍ର, ଯୁଗ୍ମ ସଂପାଦକ ଅମିତାଭ ମଲ୍ଲିକ, ସହସଂପାଦକ ବିପିନ୍ ବିହାରୀ ସାମଲ, କୋଷାଧ୍ୟକ୍ଷ ଅଦୈତ ଶତପଥୀ ଓ ସହକୋଷାଧ୍ୟକ୍ଷ ଭାବେ ଅରୁଣ କୁମାର ଦେ ପ୍ରମୁଖ ନିର୍ବାଚିତ ହୋଇଥିଲେ । କାର୍ଯନିର୍ବାହୀ ସଦସ୍ୟ ଭାବେ ୧୦ ଜଣ ଅପ୍ରତିଦ୍ବନ୍ଦି ଓ ୪ ଜଣ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.