banner
Breaking

ହରେକୃଷ୍ଣ ନଗରରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0

ଭୁବନେଶ୍ୱର,୨ା୬ – ଭୁବନେଶ୍ୱର ମହାନଗର ନିଗମର ୧୪ ନମ୍ବର ଓାର୍ଡ ଅନ୍ତର୍ଗତ ହରେକୃଷ୍ଣ ନଗର ବସ୍ତିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ତାରିଣୀ ୟୁଥକ୍ଲବ ପକ୍ଷରୁ ଆୟୋଜିତ ଏବଂ ସୁକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକରୀ ଯୋଜନା ସମ୍ବଦ୍ଧରେ କହିବା ସହିତ ବସ୍ତିର କିପରି ଉନ୍ନତି କରଣ ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜାଗା ସମ୍ପର୍କ ଅଧିକାରୀ ମନୋଜା ମଞ୍ଜରୀ ଦେବୀ , ସିଇଓ ଦେବସ୍ୱିନୀ ପଟ୍ଟନାୟକ,ମନୋସ୍ୱିନୀ ମଧୁସ୍ମିତା, ଓାର୍ଡ ଅଧିକାରୀ ସୁଜିତ କୁମାର ସ୍ୱାଇଁ,ପ୍ରଶାନ୍ତ ଆଚାର୍ଯ୍ୟ ବିଜେଡି ଜିଲ୍ଲା ସମ୍ପାଦକ ମନୋଜ କୁମାର ସାହୁ, କାଳି ଚରଣ ସିଂ ,ମିଲି ରଣା, ରେଣୁବାଳା ପ୍ରଧାନ,ବସ୍ତିର ମୁରବୀ ନିମାଇଁ ଚରଣ ବେହେରା, ପି ସିମେୟା ରେଡ୍ଡି, ମହେନ୍ଦ୍ର ଡିଆଁବାଘ, ଲକ୍ଷ୍ମୀଧର ସାହୁ, ସନ୍ତୋଷ ସାହୁ ପ୍ରମୁଖ ଯୋଗଦେଇ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ବଦ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥି,ପାଖ ଦଶଟି ବସ୍ତିର ସଭାପତି,ସମ୍ପାଦକ,ମା ତାରିଣୀ ୟୁଥକ୍ଲବର କର୍ମକର୍ତ୍ତା ହରେକୃଷ୍ଣ ନଗର ବଣିକ ସଂଘ, ଡ୍ୟାନ୍ସ ଗ୍ରୁପ, ମା ଗଜଲକ୍ଷ୍ମୀ ଚାରିଟେବୁଲ ଟ୍ରଷ୍ଟ,ଆଶାଦିଦି,ଜାଗା ସମ୍ପର୍କ କମିଟିର ରାଜଶ୍ରୀ ପ୍ରଧାନ, ଦେବୀଲତା ରାଉତ ଓ ଶବର ସାଥୀ ଲୋକନାଥ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାହିର ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କ୍ଲବର ସଭାପତି ସତ୍ୟନାରାୟଣ ସେଠୀ,ଉପସଭାପତି ଏସ୍ ତିରୁପତି ରାଓ, ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ,ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ପରିଚାଳନା କରିଥିଲାବେଳେ ସମୀର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.